ରାଜ୍ୟ

ଚାରି ଦ୍ୱାର ଦେଇ ପୁରୀର ଅଧିବାସୀମାନଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉ

ପୁରୀ : କୋଭିଡ଼ ସଂକ୍ରମଣକୁ ନେଇ ଦୀର୍ଘଦିନ ଧରି ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା ଗତ ଜାନୁଆରୀ ୩ ତାରିଖରେ । ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନର ନିଷ୍ପତ୍ତି କ୍ରମେ ଦର୍ଶନାର୍ଥୀମାନଙ୍କୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଥିବା ବେଳେ ଅନ୍ୟ ୩ଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ବଳବତ୍ତର ରହିଛି। ମାତ୍ର ଏହାଦ୍ୱାରା ସ୍ଥାନୀୟ ଅଧିବାସୀମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୁରୀବାସୀଙ୍କୁ ଆଧାରକାର୍ଡ଼ ବା ପରିଚୟପତ୍ର ଦେଖି ଶ୍ରୀମନ୍ଦିର ଭିତରକୁ ଚାରିଦ୍ୱାର ଦେଇ ପ୍ରବେଶ କରିବାର ସୁବିଧା ଦେବା ପାଇଁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଦାବି କରିଛନ୍ତି । କୋଭିଡ଼ କଟକଣା କୋହଳ କରାଯାଇଥିବା ବେଳେ ପୂର୍ବଭଳି ଆଧାରକାର୍ଡ଼ କିମ୍ବା ଅନ୍ୟ ପରିଚୟ ପତ୍ର ଯାଞ୍ଚ କରି ପୁରୀ ସହରବାସୀଙ୍କୁ ଚାରିଦ୍ୱାର ଦେଇ ପ୍ରବେଶ କରିବା ପାଇଁ ଗୁରୁତ୍ୱର ସହିତ ପଦକ୍ଷେପ ନେବାକୁ ଶ୍ରୀ ଷଡ଼ଙ୍ଗୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *