ଦେଶ- ବିଦେଶ

ଗୋଟିଏ ସ୍କୁଲର ଏକାବେଳେ ୫୪ ଛାତ୍ର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ : ପୁଣି ଥରେ କାୟା ବିସ୍ତାର କରୁଛି କରୋନା । ହରିୟାଣାର କର୍ଣ୍ଣଲ ଜିଲ୍ଲାର ଏକ ହଷ୍ଟେଲର ୫୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ଖବର ପ।।ଇ ସ୍ୱାସ୍ଥ୍ୟ ବିଭାଗ ଦଳ ହଷ୍ଟେଲରେ ପହଞ୍ଚିଛନ୍ତି । ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ କଣ୍ଟାକ୍ଟଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସୋମବାର ହରିୟାଣାରେ କରୋନାରେ ଦୁଇଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଘର ହିସାରର ହୋଇଥିବା ଅନ୍ୟ ଜଣଙ୍କର ଘର ଫରିଦାବାଦର ବୋଲି ଜଣାପଡ଼ିଛି । ଏବେ ହରିୟାଣାର ୧୬୬ ନୂତନ ସଂକ୍ରମଣ ମାମଲା ଥିବାବେଳେ ୧୫୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *