ରାଜ୍ୟ

୧୦ ଜିଲ୍ଲା ପାଇଁ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ । ଏହି ଅଧିକାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ । ନୂଆପଡା ଦାୟିତ୍ୱରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ଦାୟିତ୍ୱରେ ନିକୁଞ୍ଜ ବିହାରୀ ଧଳ, ନବରଙ୍ଗପୁର ଦାୟିତ୍ୱରେ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ଦାୟିତ୍ୱରେ ମଧୁସୂଦନ ପାଢୀ, କଳାହାଣ୍ଡି ଦାୟିତ୍ୱରେ ସତ୍ୟବ୍ରତ ସାହୁ ନିଯୁକ୍ତ ହୋଇଛନ୍ତି । ସେହିପରି ମାଲକାନଗିରି ଦାୟିତ୍ୱରେ ନୀତିନ ଭାନୁଦାସ ଜାୱଲେ, ବଲାଙ୍ଗିର ଦାୟିତ୍ୱରେ ସୁରେନ୍ଦ୍ର କୁମାର, ଢେଙ୍କାନାଳ ଦାୟିତ୍ୱରେ ରଞ୍ଜନା ଚୋପ୍ରା ଓ କୋରାପୁଟ ଦାୟିତ୍ୱରେ ସନ୍ତୋଷ ଷଡଙ୍ଗୀ ରହିଛନ୍ତି ।

Leave a Reply

Your email address will not be published. Required fields are marked *